ଦୁର୍ନୀତ ମାମଲାରେ ୟେଦ୍ୟୁରପ୍ପାଙ୍କୁ ନୋଟିସ

ବେଙ୍ଗାଲୁରୁ : ଦୁର୍ନୀତି ସଂପର୍କିତ ଏକ ମାମଲାରେ କର୍ଣ୍ଣାଟକ ଉଚ୍ଚ଼ ନ୍ୟାୟାଳୟ ୟେଦ୍ୟୁରପ୍ପାଙ୍କୁ ନୋଟିସ୍‌ ପଠାଇଛନ୍ତି । କର୍ଣ୍ଣାଟକ ଉଚ୍ଚ଼ ନ୍ୟାୟାଳୟ ବାସଭବନ ଯୋଜନାରେ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ, ତାଙ୍କ ପୁଅ ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ବି ୱାଇ ବିଜେନ୍ଦ୍ର, ତାଙ୍କ ପରିବାର ସଦସ୍ୟ, ପୂର୍ବତନ ମନ୍ତ୍ରୀ ଏସ ଟି ସୋମଶେଖର ଓ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀଙ୍କ ବିରୋଧରେ ନୋଟିସ୍‌ ଜାରି କରିଛନ୍ତି । ବିଚାରପତି ଏସ ସୁନିଲ ଦତ୍ତ ଯାଦବଙ୍କ ଏକକ ପୀଠ କାର୍ଯ୍ୟକର୍ତ୍ତା ଟିଜେ ଆବ୍ରାହମଙ୍କ ଆବେଦନ ଉପରେ ଉପରୋକ୍ତ ସମସ୍ତଙ୍କ ବିରୋଧରେ ନୋଟିସ୍‌ ଜାରି କରି ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।