ସୋନୁ ସୁଦ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍‌ ଆମ୍ବାସାଡ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସ୍ପେଶାଲ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର କରାଯାଇଛି । ସୋନୁ ନିଜେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇ ସୋନୁ ଲେଖିଛନ୍ତି, ‘ଆଜି ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି ଯେ ଋଷରେ ଆୟୋଜିତ ହେବାକୁ ଥିବା ସ୍ପେଶାଲ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ମୋତେ ମନୋନୀତ କରାଯାଇଛି । ମୋର ବିଶ୍ୱାସ ଯେ ଆମର ଖେଳାଳିମାନେ ମଧ୍ୟ ଆମକୁ ଗର୍ବିତ କରିବେ ଏବଂ ମୁଁ ସେମାନଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ।