ସରକାରୀ ଜମି ଜବରଦଖଲକୁ ଗ୍ରାମବାସୀଙ୍କ ବିରୋଧ

ଆଠଗଡ, (ଏସ୍‌ ନ୍ୟୁଜ): ଆଠଗଡ ତହସିଲ ଅଂଚଳରେ ବହୁ ସରକାରୀ ଜମିକୁ ବହୁ ପୁଞ୍ଜିପତି କୋଟିପତି ଲୋକ ଜବର ଦଖଲ କରିଥିବା, ବହୁ ଗ୍ରାମରେ ବହୁ ସରକାରୀ ଜମିକୁ ବିକ୍ରି କରିବା ସହ ନନ୍ଦର ପନ୍ଦର କରିଚାଲିଛନ୍ତି, ଏ ବିଷୟରେ ବିଭିନ୍ନ ଗ୍ରାମରୁ ଆଭିଯୋଗ ଆସିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଶୂନ, ବାରମ୍ବାର ଆଭିଯୋଗ ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିବା ବେଳେ ତହସିଲ ପକ୍ଷରୁ ସେମିତି କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉ ନ ଥିବା ସାଧାରଣରେ ଅଭିଯୋଗ, ଏହିଭଳି ଆଠଗଡ ତହସିଲ ଅନ୍ତର୍ଗତ ସମସରପୁର ପଂଚାୟତର ରାଧାପତିପୁର ଗ୍ରାମରେ ଥିବା ସରକାରୀ ଗୋଚର ଜମି, ଗୋଦଣ୍ଡା ଆଦିକୁ ଗ୍ରାମର ବିଭିନ୍ନ ସାମୁହିକ କାର୍ଯ୍ୟରେ ଲଗାଇବା ସହ ଏକ ଖେଳ ପଡିଆ ନିର୍ମାଣ ପାଇଁ ଗ୍ରାମ ସଭା ବସି ନିଷ୍ପତି ନିଆଯାଇଥିଲା, ଏବଂ ସ୍ୱଇଛାରେ ଜବର ଦଖଲ କରିଥିବା ସରକାରୀ ଜମି ଛାଡିବା ପାଇଁ ସମସ୍ତେ ସ୍ୱାକ୍ଷର କାରିଥିଲେ,କିନ୍ତୁ ପରବର୍ତୀ ସମୟରେ ସେହି ଗ୍ରାମର ଖାତା ନମ୍ବର ୫୪ ପ୍ଲଟ ନମ୍ବର ୧୪୯ କିସମ ମୁଣ୍ଡିଆ ଆବାଦ ଅଯୋଗ୍ୟ ଅନାବାଦୀ ଏରିଆ ୮୧ଡିଶମିଲି ଜାଗାରୁ କିଛି ଅଂଶ ପ୍ରାୟ ୧୧ଗୁଣ୍ଠୁ ଜାଗାକୁ ଜବର ଦଖଲ କରିଥିବା ଶିକାର ଜେନା, ମୁରଲୀଧର ଜେନା, ସଂଯୁକ୍ତା ଜେନା ମାନେ ଜବର ଦାଖଲରୁ ନ ହଟୀ ଗ୍ରାମ ବାସୀଙ୍କ ସହ ପାଟିତୁଣ୍ଡ କାରିଥିଲେ, ପରେ ଗ୍ରାମବାସୀ ମିଳିତ ହୋଇ ତା ୧୩,୫,୨୦୧୧ରେ ତହସିଲଦାରଙ୍କୁ ଆଭିଯୋଗ କାରିଥିଲେ, ତହସିଲଦାର ତୁରନ୍ତ ଆରାଇଙ୍କୁ ତା ୧୭,୫,୨୦୨୧ତଦନ୍ତ ପାଇଁ ର୍ନିେଶକ ଦେଇଥିଲେ, ପରେ ଅଜି ପର୍ଯ୍ୟନ୍ତ ବିତି ଯାଇଥିବା ବେଳେ ୩/୪ ଥର ଆସି ଆଭିଯୋଗ କରିବା ପରେ ଖେଳପଡିଆ ପାଇଁ ଜବର ଦାଖଲ ଜମି ଉଛେଦ ନ ହେଲେ ଗ୍ରାମରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହ କେତେ ବେଳେ ଏହା ଉଗ୍ରରୁପା ନେଇ ଧନ ଜୀବନ କ୍ଷତି ହେବାର ଆଶଙ୍କାଙ୍କୁ ଏଡାଇ ଦିଆଯାଇ ନ ପରେ, ଏଥି ପାଇଁ ପୁର୍ନବାର ଅଜି ଗ୍ରାମବାସୀ ମିଳିତ ହୋଇ ଆସି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଙ୍କୁ ଭେଟି ଏକ ଦାବି ପାତ୍ର ପ୍ରଦାନ କରିବା ସହ ତୁରନ୍ତ କାର୍ଯ୍ୟନୁଷ୍ଟାନ ଗ୍ରହଣ କରା ନ ଗଲେ ୭ ଦିନ ପରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିବା ପ୍ରକାଶ କରିଥିଲେ, ଗ୍ରାମର ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଆସିଥିବା ଗ୍ରାମବାସୀମାନଙ୍କ ମଧ୍ୟ୍ୟରେ ସଚିକାନ୍ତ ପଣ୍ଡା, ବୃନ୍ଦାବନ ଜେନା, ସତ୍ୟପ୍ରିୟ ରାଉତ, ରାଜେଶ କୁମାର ରାଉତ,ସନିଆ ମହାପାତ୍ର ପ୍ରମୁଖ ୫୦ ରୁ ଉର୍ଦ୍ଧ ଗ୍ରାମବସି ଉପସ୍ଥିତ ଥିଲେ।