ଆଠଗଡ, (ଏସ୍ ନ୍ୟୁଜ): ଆଠଗଡ ବନଖଣ୍ଡରେ ଥିବା ୫ଟି ରେଞ୍ଜ ମଧ୍ୟ୍ୟରୁ ଆଠଗଡ ସଦର ରେଞ୍ଜରେ ଥିବା ଜଙ୍ଗଲ ମାଫିଆଙ୍କ ଗତିବିଧିକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ପରେ ବି ଜଙ୍ଗଲ ସମ୍ପଦ ଲୁଟ ଥମିବାର ନା ଧରୁନି ବାରମ୍ବାର ଚଢ଼ାଉ ପରେ ମଧ୍ୟ୍ୟ ଥମୁନି ଜଙ୍ଗଲ ଅଞ୍ଚଳରେ ଦିନକୁ ଦିନ କାଠ ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି । ତେବେ ଗତ ତିନିଦିନ ତଳେ ପରିବେଶବିତ ନିର୍ମଳ କୁମାର ପତ୍ରୀଙ୍କୁ କାଠ ମାଫିଆ ଆକ୍ରମଣ କରିବା ପରେ ଖୋଲିଛି କାଠ ମାଫିଆଙ୍କ ଗୁମର । ଗତ କାଲି ବନବିଭାଗର ପକ୍ଷରୁ ମେଘା ଧୁରୁକୁଡିଆ ଗ୍ରାମର କାଠ ମାଫିଆ ପ୍ରଭାକର ଦାସ ଙ୍କ ଘର ଓ ଫାର୍ମ ହାଉସରେ ଚଢାଉ କରାଯାଇ ୫୦ ହଜାର ଟଙ୍କାର କାଠ ପଟା ଜବତ କରାଯାଇଥିଲା ।ଆଜି ପୁଣି ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶ ଦେଲେ ଚଢ଼ାଉ ହେଉଛି କିନ୍ତୁ ସ୍ଥାନୀୟ ବନକର୍ମଚାରି କିମ୍ବା ରେଞ୍ଜ ଅଧିକାରୀ କେମିତି ଜାଣିପାରୁନାହାନ୍ତି କେବଳ ବନଖଣ୍ଡ ଅଧିକାରୀଙ୍କ ଖବର ପାଇ ର୍ନିେଶ ଦେଲେ ରେଞ୍ଜ ଅଧିକାରୀ ଓ ବନ କର୍ମଚାରୀ ମାନେ ଯାଇ ପୁଣି ଥରେ ମେଘା ପଞ୍ଚାୟତର ଧୂରୁକୁଡିଆ ଗ୍ରାମର କାଠ ମାଫିଆ ପ୍ରଭାକର ଦାସ ଙ୍କ ଘର ନିଯିଗାଁର ଚୈତନ୍ୟ ନାଏକଙ୍କ ଫାର୍ମ ହାଉସରେ ଚଢାଉ କରି ୨ ଟ୍ରାକ୍ଟର ଓ ଏକ ଟାଟା ପିକଅପରେ ଶାଗୁଆନ ପଣସ ଓ ଅନ୍ୟାନ୍ଯ କାଠ ପଟାକୁ ଜବତ କରାଯାଇଛି । ଚଢ଼ାଉ ପୂର୍ବରୁ ସ୍ଥାନୀୟ ବନ କର୍ମଚାରୀଙ୍କ ସୂତ୍ରରୁ ଖବର ପାଇ ଏହି ଚଢାଉ ସମୟରେ କାଠ ମାଫିଆମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।ତେବେ ସମସ୍ତ ଜବତ କାଠ ଓ ପଟ୍ଟାକୁ ବନବିଭାଗ ବନଖଣ୍ଡି ନର୍ସରିରେ ସିଲ କରିଛି ।ଏହି ଚଢାଉରେ ବନାଞ୍ଚଳ ଅଧିକାରୀ ମୋବାଇଲ ରେଞ୍ଜରଙ୍କ ସମେତ ବନ କର୍ମଚାରୀ ଓ ହାତୀ ଜଗୁଆଳି ସାମିଲ ହୋଇଥିଲେ । ତୁରନ୍ତ ଏଠାରେ ଥିବା ଆଶାଧୁ ବନ କର୍ମଚାରୀଙ୍କ ସହ ରେଞ୍ଜ ଅଧିକାରୀଙ୍କୁ ପରିବର୍ତ୍ତନ କରା ନ ଗଲେ ଜଙ୍ଗଲ ମମ୍ପଦ ସହ ବନ୍ୟଜନ୍ତୁ ଦୀନକୁ ଦିନ ଲୋପ ପାଇବା ସହ ଅସୁରକ୍ଷିତ ହୋଇଯିବ ବୋଲି ପରିବେଶ ବିତ ତଥା ପ୍ରକୃତି ପ୍ରେମୀ ମାନେ ମତ ପ୍ରକାଶ କରିଛନ୍ତି, ତଦନ୍ତ କରି ଉଚ୍ଚାପଦାଧିକାରୀ ହସ୍ତ କ୍ଷେପ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି