ନୂଆଦିଲ୍ଲୀ : ରାମ ମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଆଉ ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ । ୨୦୨୩ ସୁଦ୍ଧା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ରାମ ମନ୍ଦିର । ଭାରତ ସମେତ ସାରା ବିଶ୍ୱର ଭକ୍ତ ଶ୍ରୀରାମଙ୍କ ଦର୍ଶନ କରିପାରିବେ । ଏନେଇ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି । ଏହା ପୂର୍ବରୁ ୨୦୨୩ ଶେଷ ସୁଦ୍ଧା ରାମ ମନ୍ଦିରର ମୁଖ୍ୟ ପରିସର ତିଆରି ଶେଷ ହୋଇଯିବ ଏବଂ ଏହା ପରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା । ରାମ ମନ୍ଦିର ଦାୟିତ୍ୱରେ ଥିବା କିଛି ବ୍ୟକ୍ତି ଏନେଇ ବହୁ ବାର କହିସାରିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଥିରୁ ଅନୁମାନ କରାଯାଇପାରେ, ଡିସେମ୍ବର ୨୦୨୩ ସୁଦ୍ଧା ଶ୍ରଦ୍ଧାଳୁ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ।