ଢେଙ୍କାନାଳ, (ଏସ୍ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟି ବିକ୍ରି କରୁଥିବାବେଳେ ୩ ଜଣ ଶିକାରୀ ବନ କର୍ମଚାରୀଙ୍କ ଦ୍ୱାରା ଧରାପଡିଛନ୍ତି । ତାଙ୍କଠାରୁ ୮ କେଜି ବାରହା ମାଂସ, ଗୋଟିଏ ବାଇକ୍ ଓ ମାଂସ କଟା ଛୁରୀ ଆଦି ଜବତ କରାଯାଇଛି । ଗିରଫ ଶିକାରୀମାନେ ଗଁନ୍ଦିଆ ଥାନା ଅନ୍ତର୍ଗତ କରମୂଳ ଗ୍ରାମର ଉପେନ୍ଦ୍ର ନାଏକ, ମକୁନ୍ଦପୁରର ସଞ୍ଜୟ ପଣ୍ଡା ଓ କଙ୍କା ଗ୍ରାମର ବିକାଶ ମଲ୍ଲିକ ବୋଲି ଜଣାପଡିଛି । ଗିରଫ ୩ ଜଣଙ୍କୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।