ପର୍ଯ୍ୟଟକଙ୍କୁ ରାଜ୍ୟରେ ପ୍ରବେଶ ପାଇଁ କଡ଼ା କଟକଣା

ଚଣ୍ଡିଗଡ଼: ଏଣିକି ହିମାଚଳ ପ୍ରଦେଶକୁ ବୁଲିବାକୁ ଗଲେ ପର୍ଯ୍ୟଟକଙ୍କୁ କରୋନା ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେବାକୁ ପଡ଼ିବ । ଏହି ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ପୁରୁଣା ହୋଇନଥିବ । ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ହିମାଚଳ ପ୍ରଦେଶ ସରକାର । ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ୍‌ ନେବାର ପ୍ରମାଣ ପତ୍ର ଦେଖାଇଲେ ହିଁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ । ଟିକା ନେବାର ପ୍ରମାଣ ପତ୍ର ଦେଖାଇଲା ପରେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ । ତେବେ ସ୍ଥାନୀୟ ଲୋକମାନଙ୍କ ପାଇଁ ଏହି ନିୟମ ଲାଗୁହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।