ମୁମ୍ବାଇ: ବାପାଙ୍କ ଶବ ପାଖରେ ୪ ଦିନ ରହିଲେ ଦୁଇଝିଅ । ବାପାଙ୍କ ମୃତ୍ୟୁ ନେଇ ଯେମିତି କେହି କିଛି ଜାଣିପାରିବେ ନାହିଁ ସେଥିପାଇଁ ଘରେ ରଖିଥିଲେ । ୧ ଅଗଷ୍ଟରେ ସେମାନଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଦୁର୍ଗନ୍ଧ ନହେବା ପାଇଁ ଶବ ପାଖରେ କର୍ପୁର ଏବଂ ଧୂପ ବ୍ୟବହାର କରିଥିଲେ ଦୁଇ ଭଉଣୀ । ସୂଚନା ଅନୁଯାୟୀ, ଦୁଇ ଝିଅ ଭାବିଥିଲେ ତାଙ୍କ ପିତାଙ୍କ ମୃତ୍ୟୁ କରୋନରେ ହୋଇଥିଲା । ଯଦି ବାହାରେ ଜଣାପଡ଼ିଥାନ୍ତା ତେବେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ହେବାକୁ ପଡ଼ିପାରେ ବୋଲି ଚିନ୍ତା କରି ପିତାଙ୍କ ମୃତ୍ୟୁ ନେଇ କାହାକୁ କହିନଥିଲେ । ସେଥିପାଇଁ ନିଜ ପିତାଙ୍କ ଶବକୁ ୪ ଦିନ ଘରେ ରଖିଥିଲେ । ପରେ ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।