ଷ୍ଟାଇଲିସ୍‌ ଅଭିନେତ୍ରୀଙ୍କ ଗେଟଅପରେ ଫ୍ୟାନ୍ସ ଫିଦା

ମୁମ୍ବାଇ: ବଲିଉଡରରେ ନୋରା ଜଣେ ଷ୍ଟାଇଲିସ୍‌ ଅଭିନେତ୍ରୀ ଭାବେ ବେଶ୍‌ ଜଣାଶୁଣା । ସେ ସବୁ ପ୍ରକାରର ପୋଷାକରେ ସୁନ୍ଦର ଦେଖାଯାଆନ୍ତି । କିନ୍ତୁ ଯେତେବେଳେ ସେ ପାରମ୍ପରିକ ପୋଷାକ ପରିଧାନ କରନ୍ତି ସେତେବେଳେ ଫିଦା ହୋଇଥାନ୍ତି ଦର୍ଶକ । ଏମିତି ସାମ୍ନାକୁ ଆସିଛି ତାଙ୍କର ଏକ ଫଟୋ । ଯାହାକୁ ପ୍ରଶଂସକ ଦେଖି ତାଜୁବ ହୋଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ନୋରାଙ୍କ ଏହି ଫଟୋ । କିନ୍ତୁ ଭାଇରାଲ ହୋଇଥିବା ଫଟୋରେ ଅନ୍ଦାଜ ଥିଲା ଅଲଗା । ଶାଢି ପିନ୍ଧିବା ସହ ନୋରା ତାଙ୍କ ମୁହଁକୁ ଓଢଣୀରେ ମଧ୍ୟ ଢାଙ୍କିଛନ୍ତି । ଇନଷ୍ଟାରେ ଏହି ଫଟୋ ସେୟାର କରି ନୋରା କ୍ୟାପସନରେ ଲେଖିଛନ୍ତି କି ବିନ୍ତେ ଦିଲ୍‌ ମିସରିୟା ମେଁ ।