ଶିଳ୍ପାଙ୍କ ସ୍ଥାନ ନେବେ ସୋନାଲି !

ମୁମ୍ବାଇ : ଶିଳ୍ପା ଶେଟ୍ଟୀଙ୍କ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ କରାଯାଇଛି । ଏହି ମାମଲା ପରଠାରୁ ଶିଳ୍ପା ଶେଟ୍ଟୀ ତାଙ୍କ ଡ୍ୟାନ୍ସ ରିଆଲିଟି ସୋ’ ‘ସୁପର ଡାନ୍ସର୍‌’ ଠାରୁ ଦୂରରେ ରହିଛନ୍ତି । ଶିଳ୍ପା ଏହି ସୋ’ରେ ନଜର ଆସୁ ନାହାଁନ୍ତି । ଶିଳ୍ପାଙ୍କ ବିନା ଏହି ସୋ’ ତୃତୀୟ ସପ୍ତାହ ହେବ ଚାଲିଲାଣି । ତେଣୁ ଅନୁମାନ କରାଯାଉଛି ଏହି ଅଭିନେତ୍ରୀ ସୋ’କୁ ବିଦାୟ ଦେଇଛନ୍ତି । ଶିଳ୍ପାଙ୍କ ଅଭାବକୁ ଦୂର କରିବା ପାଇଁ ନିର୍ମାତାମାନେ ଦୁଇଜଣ ସ୍ୱତନ୍ତ୍ର ବିଚାରପତିଙ୍କୁ ସୋ’କୁ ଆଣିଥିଲେ । ସୋ’ରେ ପହଞ୍ଚିଥିବା ସୋନାଲି ବେନ୍ଦ୍ରେ ଏବଂ ମୌସୁମୀ ଚାଟାର୍ଜୀ ସେମାନଙ୍କ ଫିଲ୍ମ ସହ ଜଡିତ କାହାଣୀ ସେୟାର କରିଥିଲେ । ସୋନାଲି ବେନ୍ଦ୍ରେ ପ୍ରତିଯୋଗୀ ପ୍ଲୋରିନାଙ୍କ ପାଇଁ ଏକ ଉପହାର ନେଇ ପହଞ୍ଚିଥିଲେ । ଏଥିସହିତ ଅମିତ, ସଞ୍ଚିତ ଏବଂ ପ୍ରୀତିରାଜ ସୋନାଲି ବେନ୍ଦ୍ରେଙ୍କ ଗୀତରେ ଏକ ଚମତ୍କାର ପର୍ଫମ କରିଥିଲେ । ଯାହା ଦେଖି ଅଭିନେତ୍ରୀ ମଧ୍ୟ ଅତ୍ୟନ୍ତ ଇମୋସନାଲ୍‌ ହୋଇ ପଡିଥିଲେ । ଶିଳ୍ପା ଶେଟ୍ଟୀଙ୍କ ଅନୁପସ୍ଥିତିକୁ ପୂରଣ କରିବା ପାଇଁ ନିର୍ମାତାମାନେ ପ୍ରତି ସପ୍ତାହରେ ବଲିଉଡ ସେଲିବ୍ରିଟିମାନଙ୍କୁ ଡାକି ତାଙ୍କ ସ୍ଥାନ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ।