ମହିଳା ହକି କୋଚ ପଦରୁ ଇସ୍ତଫା ଦେଲେ ସୋର୍ଡ ମାରିନ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷକ ସୋର୍ଡ ମାରିନ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ରୋଞ୍ଜ ପଦକ ମ୍ୟାଚରେ ଦଳ ହାରିଯିବା ପରେ କୋଚ ଭାବରେ ଅଲିମ୍ପିକ୍ସ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା ବୋଲି ସୋର୍ଡ ମାରିନ ଘୋଷଣା କରିଛନ୍ତି । ସୂଚନା ଥାଉ କି ଯେ ମାରିନଙ୍କ କୋଚିଂ ଦ୍ୱାରା ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲା । ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚରେ ୩-୪ ରେ ହାରିଯିବା ପରେ ମାରିନ ଇସ୍ତଫା ଘୋଷଣା କରିଛନ୍ତି ।