ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ପୁରୀ, (ଏସ୍‌ ନ୍ୟୁଜ): ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କ ଶ୍ରୀ ଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଏବଂ ଭୁବନେଶ୍ୱରର ନୂଆ ଗାଁରେ ଥିବା ୩ମହଲା କୋଠାରେ ରେଡ୍‌ କରାଯାଇଛି । ପୁରୀ ଏବଂ ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି । ଛତୁଆ ଦୁର୍ନୀତି ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲା ।