ଭୀରୁଡ଼ା ଓ କୋରଙ୍ଗାରେ ଅବକାରୀ ବିଭାଗର ଚଢାଉ: ମଦ ପ୍ରସ୍ତୁତ ପୋଚ ନଷ୍ଟ

ଆଠଗଡ, (ଏସ୍‌ ନ୍ୟୁଜ୍‌) : ସାରା ରାଜ୍ୟରେ ଦେଶୀ ମଦର କୁଟୀର ଶିଳ୍ପ ଅଞ୍ଚଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ତିଗିରିଆ ଥାନା ଅନ୍ତର୍ଗତ ଭୀରୁଡ଼ା ଗ୍ରାମରେ ପ୍ରତିଦିନ ହଜାର ହାଜର ବେଆଇନି ଦେଶୀ ମଦ ପ୍ରସ୍ତୁତ କରାଯାଇ ସାରା ରାଜ୍ୟକୁ ଚାଲାଣ କରାଯାଇଥାଏ । କିନ୍ତୁ ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ଏ ବିଷୟରେ ବାରମ୍ବାର ଆଭିଯୋଗ ପରେ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରାଯାଉଥିବା ବେଳେ କିଛି ଅସାଧୁ କର୍ମଚାରୀଙ୍କ ସୂତ୍ରରୁ ଖବର ପାଇ ମୁଖ୍ୟ ମଦ ମାଫିଆ ମାନେ ଚଢ଼ାଉ ପୂର୍ବରୁ ବାରମ୍ବାର ଫେରାର ହୋଇଯାଉଥିବାରୁ ବିଭାଗର ଚଢ଼ାଉ ପୂର୍ବରୁ ପୁଣି ମାଫିଆ ମାନେ ଶ୍ରମିକ ମାନଙ୍କ ସହାୟତରେ ଆରମ୍ଭ କରନ୍ତି ପୁଣି ସେହି ମଦ ପ୍ରସ୍ତୁତ ଏଣୁ ବିଭାଗର ବାରମ୍ବାର ଚଢ଼ାଉ କରିବାର ଫରକ ପଡୁ ନାହିଁ ମଦ ମାଫିଆଙ୍କୁ । ଚଢ଼ାଉ ପୂର୍ବରୁ ମଦ ମାଫିଆ ଫେରାର ହୋଇଯାଇଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ ସହିତ ପୋଚ ନଷ୍ଟ କରାଯାଇଛି । ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ ରେ ଚଢାଉ କରାଯାଇ ୮୬୪୦ ଲିଟର ଗୁଡ଼ ପୋଚ ସହିତ ୩୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ସେହିପରି ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ରେ ଚଢାଉ କରାଯାଇ ୭୩୫୦ ଲିଟର ଗୁଡ଼ ପୋଚ ନଷ୍ଟ ସହିତ ୨୬୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଘଟଣା ସ୍ଥଳରୁ ତିନି ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଆଜିର ଏହି ଚଢାଉ ରେ ସମୁଦାୟ ୧୫୯୯୦ ଲିଟର ଗୁଡ଼ ପୋଚ ନଷ୍ଟ ସହିତ ୫୯୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ତିଗିରିଆ ତହସିଲଦାର ତଥା ମାଜିଷ୍ଟ୍ରେଟ ପ୍ରମୋଦ କୁମାର ବାସ୍କଙ୍କ ଉପସ୍ଥିତି ଅବକାରୀ ଉପ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲ, ଅବକାରୀ ନିରୀକ୍ଷକ ପ୍ରଭାସ ଚୌଧୁରୀ, ମୋବାଇଲ ନିରୀକ୍ଷକ ସଞ୍ଜୀତ କୁମାର ବାର୍ଲା ସବ୍‌ ଇନ୍ସପେକ୍ଟର ବିଜୟ କୁମାର ଭଞ୍ଜ ସହକାରୀ ସବ୍‌ ଇନ୍ସପେକ୍ଟର ଦେବାନନ୍ଦ ଭୂୟାଁ, ପଙ୍କଜ କଅଁରଙ୍କ ସହିତ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ହୋଇଥିଲେ । କିନ୍ତୁ ଏହି ଚଢ଼ାଉରେ ହଜାର ହଜାର ଟଙ୍କା ଖର୍ଚ୍ଚ ଶହ ୫୦ରୁ ଉର୍ଦ୍ଧ କର୍ମଚାରି ସାମିଲ ହେଉଥିବା ବେଳେ ସରକାରଙ୍କ ହଜାର ହଜାର ତାଙ୍କର ରାଜ୍ୱାସ୍ୱ ହାନି ହେଇଥିବା ବେଳେ ପୁଣି ଚାଲୁଛି ସେଇ ମଦ ପ୍ରସ୍ତୁତର କୁଟୀର ଶିଳ୍ପ । ସରଂକ୍ଷିତ ଜଙ୍ଗଲରେ ମୂଲ୍ୟବାନ ଗଛ କାଟି ତାକୁ ଜାଳେଣି ରୂପେ ମଧ୍ୟ୍ୟ ବେବହାର କରାଯାଉଛୁ, ବନ ବିଭାଗ କୁମ୍ଭ କର୍ଣ୍ଣ ନିଦ୍ରାରେ ।