ଲର୍ଡ୍ସ ଦେଖିବାକୁ ଖୁବଶୀଘ୍ର ଲଣ୍ଡନ ଯାତ୍ରା କରିବେ ଦାଦା

ଲଣ୍ଡନ : ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ଦେଖିବାକୁ ସୌରଭ ବିସିସିଆଇ ସଭାପତି ଗାଙ୍ଗୁଲି ନିଷ୍ପତ୍ତି ନେଇଛନ୍ତି । ସେ ଖୁବ୍‌ଶୀଘ୍ର ଲଣ୍ଡନ ଯାତ୍ରା କରିବେ । ସୌରଭ ଓ ବିସିସିଆଇ ସଦସ୍ୟମାନେ ଉଭୟ ଡୋଜ ଟିକା ନେଇସାରିଛନ୍ତ । ତେଣୁ ଲଣ୍ଡନରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନରେ ରହିବେ ନାହିଁ । ସୌରଭଙ୍କ ସହ ବିସିସିଆଇ ସମ୍ପାଦକ ଜୟ ଶାହ, ଉପ ସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ଧୁମାଲ ମଧ୍ୟ ଲଣ୍ଡନ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଥିବା ଜଣାପଡିଛି ।