ଡେରାଡୁନ : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୨୦୦ ରୁ ଅଧିକ ରାସ୍ତା ବନ୍ଦ ହୋଇଛି । ଫଳରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅନେକ ଜିଲ୍ଲାରେ ରାସ୍ତା ବନ୍ଦ ହେବାରୁ ଗ୍ରାମବାସୀଙ୍କ ସମସ୍ୟା ବଢିଯାଇଛି । ଋଷିକେଶ-ବଦ୍ରୀନାଥ ରାଜପଥରେ ଭୂସ୍ଖଳନ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଭୂସ୍ଖଳନ ପରେ ରାସ୍ତା ବନ୍ଦ ଯୋଗୁଁ ରାସ୍ତା ଯାମ ରହିଛି । ଅନ୍ୟପକ୍ଷରେ ପାଣିପାଗ ବିଭାଗ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି । ରାସ୍ତା ବନ୍ଦ ଯୋଗୁଁ ଅନେକ ସ୍ଥାନରେ ଯାତ୍ରୀ ଫସି ରହିଛନ୍ତି । ଅଧିକାଂଶ ଗ୍ରାମବାସୀ ଧର୍ମଶାଳା ହନୁମାନ ମନ୍ଦିର, ପୋଲିସ ଥାନା, ବନ ବିଭାଗ ବିଶ୍ରାମ ଗୃହରେ ରାତିରେ ଆଶ୍ରୟ ନେଇଥିଲେ । ଫଳରେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାନୀୟ ଜଳ ଲାଇନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।