ମୁମ୍ବାଇ : ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ନିର୍ଦ୍ଦେଶକ ଦେଇଛନ୍ତି ସୁପର ଉପହାର । ମହେଶ ବାବୁ କିଛି ଦିନ ତଳେ ଅଭିନୟ କରିଥିବା ‘ସାକାରୁ ଭାରି ପାଟା ବ୍ଲାଷ୍ଟର’ ମୁକ୍ତିଲାଭ କରିଛି । ଏହା ପୁଣି ମହେଶ ବାବୁଙ୍କ ଜନ୍ମଦିନରେ ମୁକ୍ତିଲାଭ କରିଥିବାରୁ ଚଳଚ୍ଚିତ୍ରଟି ଚର୍ଚ୍ଚାକୁ ଆସିଛି । ଏଥିରେ ମହେଶ ବାବୁଙ୍କ ନାୟିକା ସାଜିଛନ୍ତି କୀର୍ତ୍ତି ସୁରେଶ । ମହେଶ ବାବୁ ତାଙ୍କ କ୍ୟାରିୟରର ସବୁଠୁ ଷ୍ଟାଇଲିଷ୍ଟ ଆକ୍ସନ୍ ଦେଖାଇଛନ୍ତି । ମହେଶ ବାବୁ ‘ସାକାରୁ ଭାରି ପାଟା ବ୍ଲାଷ୍ଟର’ ବ୍ୟତୀତ ଆଉ କିଛିଦନ ପରେ ‘ମେଜର’ ଚଳଚ୍ଚିତ୍ରରେ ନାୟକ ଭାବେ ଦେଖିବାକୁ ମିଳିବେ ।