ଆଠଗଡ଼ ବ୍ଲକ୍‌ କଂଗ୍ରେସର ଅଗଷ୍ଟ କ୍ରାନ୍ତି ଦିବସ ପାଳନ

ଆଠଗଡ, (ଏସ୍‌ ନ୍ୟୁଜ୍‌) : ଆଠଗଡ଼ ବ୍ଲକ୍‌ କଂଗ୍ରେସ ତରଫରୁ ସ୍ଥାନୀୟ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଙ୍କ ର୍ନିେଶ କ୍ରମେ ଆଠଗଡ଼ ବ୍ଲକ୍‌ କଂଗ୍ରେସ ସଭାପତି ସୁଦର୍ଶନ ସାହୁ ଙ୍କ ନେତୃତ୍ୱରେ କନ୍ଦରପୁର ଠାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଇଥିଲା । ଭାରତର ସ୍ୱାଧିନତା ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ଅଗଷ୍ଟ କ୍ରାନ୍ତି ଦିବସର ଭୂମିକା ଉପରେ ଆଲୋଚନା କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମ ରେ କଂଗ୍ରେସ ର ସଂଘର୍ଷ, ବଳିଦାନ ଆଦି ଉପରେ ଆଲୋଚନା କରାଯାଇଥିଲା । କୋରନା କଟକଣା କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ସହିତ ଅନୁଷ୍ଠିତ ଏହି ବୈଠକ ରେ କନ୍ଦରପୁର ର ପୂର୍ବତନ ସମିତିସଭ୍ୟ ବିଶ୍ୱରଂଜନ ମଲ୍ଲିକ, ଯୁବ କଂଗ୍ରେସ ନେତା ଜୟନ୍ତ କୁମାର ପ୍ରଧାନ, ଅଭୟ ରାଉତ, ପ୍ରିୟବ୍ରତ ଦାସ,ସୂର୍ୟ୍ୟକାନ୍ତ ସେଠି, ଆଗାଧୁ ସାହୁ, ରାକେଶ ବାରିକ, ବାଙ୍କନିଧି ନାଏକ, ଯୋଗେଶ୍ୱର ନାଏକ, ସପନା ନାଏକ,ପ୍ରକାଶ ନାଏକ ଆଦି ଆଲୋଚନା ରେ ଉପସ୍ଥିତ ଥିଲେ ।