୧୦୦ଫୁଟ ତଳକୁ ଖସିଲା ଟ୍ରକ: ଦୁଇ ମୃତ

ବାରିପଦା, (ଏସ୍‌ ନ୍ୟୁଜ): ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍‌ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ନାସିକରୁ ପିଆଜ ଆଣି ପଶ୍ଚିମବଙ୍ଗ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ମୃତକ ଦୁଇ ଜଣ ହେଉଛନ୍ତି ଗାଡିର ଡ୍ରାଇଭର ଓ ହେଲପର । ଆହତ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।