ଜଳେଶ୍ୱର, (ଏସ୍ ନ୍ୟୁଜ): ଅଗଷ୍ଟ ୯ କ୍ରାନ୍ତି ଦିବସ ଉପଲକ୍ଷେ ଏବଂ ସ୍ୱର୍ଗତ ଗୌରଗୋପାଳ ଦାସଙ୍କ ସ୍ମୃତିରେ ଜଳେଶ୍ୱର ବ୍ଲକ ଅଧିନ କୋଟ ସାହି ସ୍କୁଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଧାୟକ ଅଶ୍ୱିନୀ କୁମାର ପାତ୍ର, ତହସିଲଦାର ଶଂକର କୁମାର ପଟ୍ଟନାୟକ ମିଳିତଭାବେ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ବିଜେଡି ମଳିହା ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ରେବତୀ ସଂପାଦିକା ସମାଜସେବୀ ସୁବାସିନୀ ଜେନା ଜଳେଶ୍ୱର, ଆଇଆଇସି ପ୍ରଜ୍ଞା ମହାନ୍ତି, ଜିଲା ମହିଳା ବିଜେଡି ସଭାପତି ବିନ୍ଦୁବାଳା ନନ୍ଦି, ମୋ ପରିବାର ଜୀବନବିନ୍ଦୁର ଜିଲା ସଂଯୋଜକ ସାଇରୁଲ ହକ୍, ବ୍ଳକ ସଂଯୋଜକ ମଧୁସୂୁଦନ ସେନାପତି, ବ୍ଳକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଜିଲାପରିଷଦ ସଭ୍ୟା ସାବିତ୍ରୀ ଦାସ, ସମବାୟବିତ୍ ମାନସ ଜେନା, ବ୍ଲକ ସଭାପତି ଭୁପତି ଚରଣ ମିର୍ଦ୍ଧା ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ରକ୍ତର ବିକଳ୍ପ ନ ଥିବାରୁ ରକ୍ତଦାନ ପ୍ରତି ପ୍ରତ୍ୟେକେ ଗୁରୁତ୍ୱ ଦେବାକୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ କାଳିଚରଣ ଦାସ, ସଂଚିତା ସେନାପତି, ଦିଲ୍ଲିପ ସାମଲ, ଚନ୍ଦନ କର, ରାସବିହାରୀ ରଣା, ସଂଜୟ ମହାନ୍ତି, ବିଶ୍ୱନାଥ ଦାସମହାପାତ୍ର, ରାଧାଶ୍ୟାମ ନାଥ, ସୁରଜିତ ଘୋଷ, ପ୍ରତୀପ ପ୍ରଧାନ, ଆନନ୍ଦ କର, ଗୋବିନ୍ଦ ସାହୁ, ହାସିରୁର୍ଦ୍ଦିନ ବକ୍ତସ, ରାଜେଶ ଖଟୁଆ, ରମେଶ ପାତ୍ର, ରାଜେଶ ଜେନା, ଗୋପାଳଚନ୍ଦ୍ର ଦାସମହାପାତ୍ର, ଭୂପତି ପରିଡା, ନଗେନ୍ଦ୍ର ଜେନା, ରିନାରାଣୀ ବେହେରା, ସବିତା ପରିଡା, ଭୁପେନ ବେହେରା, ବିଶ୍ୱମ୍ବର ନାଥ, ରଂଜନ ଦଳେଇ, ପଂଚାନନ ନାଥ, ଚାରୁବାଳା ଜେନା, ବିକର୍ତ୍ତନ ଜେନା, ମହୋଶ୍ୱର ବଡୁ, ଗୋପାଳ ବେହେରା, ତପନ ବେହେରା, ଉମେଶ ନନ୍ଦି, ଅନ୍ତର୍ଯ୍ୟାମୀ ପାତ୍ର, ଶଶିକାନ୍ତ ପାତ୍ର ପ୍ରମୁଖ, ମଧୁସୂଦନ ଦତ୍ତପ୍ରମୁଖ ସହଯୋଗ କରିଥିବା ବେଳେ ଡାକ୍ତର ମହେଶ କୁମାର ବିଶ୍ୱାଳ, ସୁଚିସ୍ମିତା ଦାସ, ଦେବାଶିଷ ଦତ୍ତ, ସ୍ୱାତୀସୁଚରିତ୍ରା ରାଜ, ବିଜୟ କୁମାର ପଟ୍ଟନାୟକ, ରାଜେଶ ମିଶ୍ର, ବିନୋଦବିହାରୀ ଦାସ, ଅଜୟ ମହାପାତ୍ର, ବିଦ୍ୟାଧର ସାହୁ ପ୍ରମୁଖ ରକ୍ତ ସଂଗ୍ରହରେ ସହାୟତା କରିଥିଲେ ।