୧୨ ଦଫା ଦାବିରେ ଶ୍ରମିକ ଓ କ୍ଷେତମଜଦୁର ସଂଗଠନର ବ୍ଲକ ସମ୍ମୁଖରେ ସତ୍ୟାଗ୍ରହ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ଦେଶର ଶ୍ରମିକ, କ୍ଷେତମଜଦୁର ଆଜି ଦଳିତ, ଲାଞ୍ଛିତ ଓ ନିସ୍ପେଷିତ । ଏପରି ସଂଗଠନ ସମ୍ମିଳିତ ହୋଇ ଜଳେଶ୍ୱର ରେଳ ଷ୍ଟେସନ ଠାରୁ ଏକ ର‍୍ୟାଲିରେ ଜଳେଶ୍ୱର ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ । ୧୨ ଦଫା ଦାବି ମଧ୍ୟରେ ଶ୍ରମ ଆଇନ୍‌ର ସଂଶୋସନ, ୩ଟି କଳାକୃଷି ଆଇନ୍‌କୁ ପ୍ରତ୍ୟାହାର, କରୋନା ପରାବର୍ତ୍ତି ସମୟରେ ଲୋକଙ୍କୁ କାମଧନ୍ଧା ଯୋଗାଇବା, ଯୋଗ୍ୟ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଘର ଯୋଗାଇବା, ମାଂକଡ ଉପଦ୍ରବରୁ ଚାଷୀଙ୍କୁ ରକ୍ଷା କରିବା, ଅଫଲାଇନ୍‌ ଯୋଗେ ଗ୍ରାମାଂଚଳରେ ଟିକାକରଣ କରିବା, ସବୁଚାଷୀ ଧାନ ବିକ୍ରୟ ପାଇଁ ପଂଜିକରଣ କରିବା ଓ ଟୋକନ୍‌ ଅବଧିକୁ ୧ମାସ ବଢାଇବା, ଉତ୍ପାଦିତ ସମସ୍ତ ଧାନ କ୍ରୟ କରିବା ଇତ୍ୟାଦି ଦାବି ନେଇ ସଂଗଠନର କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଶ୍ରମିକ, କୃଷକ, କ୍ଷେତ ମଜଦୁର ସଂଗଠନର ଆବାହକ ଦିପ୍ତିମାନ ଆଚାର୍ଯ୍ୟ, ସିତାଂଶୁ ସେନାପତି, ପଲ୍ଟୁ ଦାସ, ମମି ପଣ୍ଡା, ଈଷାନୀ ଷଡଙ୍ଗୀ, ଜିତାଂଶୁ ନନ୍ଦି, ରବିନ୍ଦ୍ର ବାରିକ, ଗଣେଶ ଭୂୟାଁ, ମମତା ରାଜ, ସନ୍ତୋଷ ଦାସ, ଜୀବନ ପରିଡା, ସେକ୍‌ଅବଦୁଲ ସାଦ୍ଦିକ, ଜତିନ ଜେନା, ରତନ ଦାସ ନେତୃତ୍ୱରେ ଏପରି ଏକ ଶୋଭାଯାତ୍ରା କରାଯାଇଥିଲା । ଶେଷରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ୧୨ଦଫା ଦାବି ସମ୍ମୀଳିତ ଦାବିପତ୍ରକୁ ବ୍ଲକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ।