ଅଲିମ୍ପିକ୍‌ ପଦକ ବିଜେତାଙ୍କୁ ପୁରସ୍କୁତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଅଲିମ୍ପିକ୍‌ ପଦକ ବିଜେତାଙ୍କୁ ପୁରସ୍କୁତ କରିଛନ୍ତି ରାଜ୍ୟ ସରକାର । ବ୍ରୋଞ୍ଜ ପଦକ ବିଜେତା ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହି ପଦକ ବିଜେତାଙ୍କୁ ମଧ୍ୟ ଅଢେଇ କୋଟି ଲେଖାଏ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମହିଳା ହକି ଟିମର ୨ ଜଣ ସଦସ୍ୟ ଦୀପଗ୍ରେସ ଏକ୍କା, ନମିତା ଟପ୍ପଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି ରାଜ୍ୟ ସରକାର ।