ବଦଳିବ ନବମ-ଦଶମ ପରୀକ୍ଷା ପଦ୍ଧତି

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ବଦଳିବ ନବମ, ଦଶମ ପରୀକ୍ଷା ପଦ୍ଧତି । ଚଳିତ ବର୍ଷ ଲାଗୁ ହେବ ଇଣ୍ଟରନାଲ୍‌ ଆସେସମେଣ୍ଟ ବ୍ୟବସ୍ଥା । ଶିକ୍ଷା ବର୍ଷ ମଧ୍ୟରେ ହେବ ୨ଟି ଫର୍ମେଟିଭ ଆସେସମେଣ୍ଟ । ଜୁଲାଇରୁ ନଭେମ୍ବର ମଧ୍ୟରେ ସରିବ ୫୦ ପ୍ରତିଶତ ପାଠପଢା । ନଭେମ୍ବରରୁ ଅପ୍ରେଲ ସୁଦ୍ଧା ସରିବ ଅବଶିଷ୍ଟ ପାଠପଢା । ନବମ ଶ୍ରେଣୀ ପାଇଁ ଓଏମଆର ବ୍ୟବସ୍ଥା ନାହିଁ । ଦଶମ ଶ୍ରେଣୀ ପାଇଁ ଶିକ୍ଷା ବର୍ଷରେ ଦୁଇଟି ପରୀକ୍ଷା ହେବ । ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କିନ୍ତୁ ମୂଲ୍ୟାୟନ ହେବ ଅନ୍ୟ କେନ୍ଦ୍ରରେ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।