ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ୬ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ଆନ୍ଧ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲା କାଲିମେଳା ଏରିଆ କମିଟି ମେମ୍ବର ରିଙ୍କି ମଧ୍ୟ ଏମାନଙ୍କ ସହ ଆତ୍ମସମର୍ପଣ କରିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏକାଧିକ ବିଏସଏଫ କ୍ୟାମ୍ପ୍ ସ୍ଥାପନ ହେବା ପରେ ରାସ୍ତା ଘାଟ ସହ ସରକାରୀ ସୁବିଧା ଲୋକଙ୍କ ପାଖରେ ପହଞ୍ଚିବାରେ ଲାଗିଛି । ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକେ ଆଉ ନକ୍ସଲଙ୍କୁ ସମର୍ଥନ କରୁନଥିବା ବେଳେ ସୁରକ୍ଷା କର୍ମୀଙ୍କ କବଳରୁ ବଞ୍ଚିବା ଲାଲ୍ ବାହିନୀ ପାଇଁ ମୁସକିଲ ହୋଇପଡଛି । ତେଣୁ ନିଜର ଜୀବନ ବଞ୍ଚାଇବା ଲାଗି ଏମାନେ ଆନ୍ଧ୍ର ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି ଆନ୍ଧ୍ର ଡିଜିପି ।