ସାନଖେମୁଣ୍ଡି, (ଏସ୍ ନ୍ୟୁଜ): ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ବାପା-ପୁଅ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରାସିଂଙ୍ଗ ବନାଞ୍ଚଳ ତିନିଛକିଆ କିରିଆମ୍ବା ଜଙ୍ଗଲରେ ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ବାପା-ପୁଅ ଗୁରୁତର ଆହତ ହୋଇଛନ୍ତି । ଦୁହେଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ । ଆହତ ଦୁହେଁ ନିକଟ ଦଳକ ଗ୍ରାମର ସୁରେନ୍ଦ୍ର ରାଉତ ଓ ପୁଅ ଶୁଭମ ରାଉତ । ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ନିଆଯାଉଥିବା ଜଣାପଡିଛି ।