କଣାସ, (ଏସ୍ ନ୍ୟୁଜ): ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କଣାସ ର ବିଭିନ୍ନ ଅଚଳ ବୁଲି ଉନ୍ନତି ମୁଳକ ପ୍ରକଳ୍ପର ଦିନସାରା ବୁଲି ଦେଖିଥିଲେ । ଦେଖି ସାରିବା ପରେ ଜିଲ୍ଲାପାଳ ଖୁସିହେବା ସହିତ ବିଡିଓ ଓ ତହସିଲଦାରକୁ ଧନ୍ୟବାଦ ଦେଇଥିଲେ । ପ୍ରଶାସାନିକ ଅଧିକାରୀ ଓ ପଚାୟତ ପ୍ରତିନିଧିଙ୍କ ମିଳିତ ଉଦ୍ୟମରେ ଗ୍ରାମାଚଳ ରେ ହାତ ପାହାନ୍ତାରେ ସବୁ ମିଳିବାକୁ ଯାଉଛି । ଯେତିକି ପଚାୟତ ବୁଲିଲି ଆଉ କିଛି ଦିନ ପରେ ସମସ୍ତ ପଚାୟତ ଏହିପରି ହୋଇଯାଇଥିବ ବୋଲି ଆଶାବ୍ୟକ୍ତ କରିଥିଲେ । କଣାସ ଗ୍ରସ୍ତ ସଫଳ ହୋଇଥିବା ଜିଲ୍ଲାପାଳ କହିଥିଲେ । ଜିଲ୍ଲାପାଳ ପ୍ରଥମେ ସକାଳୁ ଅଣ୍ଡାଳସିଂହ ରେ ପହଚି ଅଙ୍ଗନବାଡୀ ଗୃହ ପରେ ଗଡସାହି ପଚାୟତର ଜଙ୍କିଆଗଡସାହି ବିଦ୍ୟାନିକେତନ ୫ଟି ହାଇସ୍କୁଲ, ଗ୍ରାମାଚଳ ଲାଇବ୍ରେରୀ, ଅଙ୍ଗନବାଡୀ ଗୃହ, ମିଶନ ଶକ୍ତି ଗୃହ ବୁଲି ଦେଖିଥିଲେ ଏହି ସମୟରେ ଗଡସାହି ପୋଖରୀ କୁ ଦେଖିବାପରେ ଏହାର ଖୁବ ଶିଘ୍ର ଉନ୍ନତି କରଣ କରିବା ପାଇଁ ପ୍ରଶାସନିକ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ପରେ ବିନ୍ଦଣ ସ୍ଥିତ ଅଚଳିକ ଗୌରଚନ୍ଦ୍ର ବିଦ୍ୟାପିଠ ବୁଲିଦେଖିଥିଲେ । ଖଣ୍ଡହତା ମହିଳା ସଂୟସହାୟକ ଗୃହ, ବାତ୍ୟା ଅଶ୍ରୟ ସ୍ଥଳରେ ଚାଲିଥିବା ଟିକାକରଣ କେନ୍ଦ୍ର କୁ ବୁଲି ଦେଖିଥିଲେ । ଏଥିସହିତ ଜମୋଳଗଦା ଆଦର୍ଶ ବିଦ୍ୟାଳୟ ଏବଂ ଗଡିଶାଗୋଦା ଖେଳପଡିଆ ଓ ଗ୍ରାମାଚଳ ପାର୍କ ଦେଖି ଖୁସି ହୋଇଯାଇଥିଲେ । ଅଡାଲବଡାଲ ସ୍ଥିତ କୁଳମଣି ୫ଟି ବିଦ୍ୟାପିଠ ମିଶନ ଶକ୍ତି ଗୃହ ବୁଲିଦେଖିଥିଲେ । ଅପରାହ୍ନରେ ଦୟାବିହାର ସ୍ଥିତ ନିଳାଚଳସେବା ପ୍ରତିଷ୍ଠାନର ଅନାଥ ଗୃହ ବୁଲି ଭାବର ଆଦାନ ପ୍ରଦାନ କରିଥିଲେ । ଦୋକନ୍ଦା କଲ୍ୟାଣ ମଣ୍ଡପ, କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗଡବଡପୁଟ ଗ୍ରାମାଚଳ ପାର୍କ, ଗଡସାନପୁଟ ୫ଟି ହାଇସ୍କୁଲ ଓ ଖେଳ ପଡିଆ ଆଦି ବିଲି ଦେଖିଥିଲେ । ପରେ କଣାସ ପଚାୟତ ସମିତି ସଭାଗୃହରେ ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀଙ୍କୁ ନେଇ ଏକ ବୌଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲା ପିଡି ସମେତ କଣାସ ବିଡିଓ ଲୋଚନ ଦାସ, ତହସିଲଦାର ଲକ୍ଷ୍ମୀଧର ମହାରଣା, ଅତିରିକ୍ତ ତହସିଲଦାର ସହଦେବ ସାହୁ, ସିଡିପିଓ ଏ.ଉଷାରାଣୀ, ଜଳେଯାଗାଣ କନିଷ୍ଠ ଯନ୍ତ୍ରୀ ରଜଂନ କୁମାର ସାମନ୍ତରାୟ, ରଜଂନ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣୀ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ ।