ଜାତୀୟ ହେଣ୍ଡଲୋମ୍‌ ଦିବସ ପାଳିତ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ଦେଶର ଜାତୀୟ ହେଣ୍ଡଲୋମ ଦିବସ ପାଳନ ହୋଇଥିବା ବେଳେ ଓଡିଶାର ବିଭିନ୍ନ ସ୍ଥାନରେ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ହେଣ୍ଡଲୋମ ଦିବସ ପାଳନ ହୋଇ ଯାଇଛି । ନାବାର୍ଡ ଓଡିଶା ଆଂଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ମାକିଡିଆ ଗାଁରେ ବସବାସ କରୁଥିବା ଟସର ଶିଳ୍ପୀମାନଙ୍କୁ ନେଇ ଭର୍ଚୁଆଲ ମୋର୍ଡରେ ଏହା ପାଳିତ ହୋଇଥିଲା । ଏହାକୁ ବାଲେଶ୍ୱର ଜିଲା ନାବାର୍ଡର ମୁଖ୍ୟ ତାପସ କୁମାର ପ୍ରଧାନ ଉଦ୍‌ଘାଟନ କରିଥିବା ବେଳେ ବାଲେଶ୍ୱର ଓ ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସମ୍ପାଦକ ନାରାୟଣ ଚନ୍ଦ୍ର ବଢେଇ ମୁଖ୍ୟ ଅତିଥିଭାବେ ଏବଂ ବାଲେଶ୍ୱର ଜିଲା ହେଣ୍ଡିକ୍ରାପ୍ଟ ବିଭାଗର ଆଇପିଓ ଯୋଗୀ ଯୋଗେଶ୍‌ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଏପରି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ଓ ଏହାର ବଜାର ସୃଷ୍ଟି ହେବା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏସ୍‌.ଜି ଫାଉଣ୍ଡେସନର ରଶ୍ମୀରଂଜନ ବିଶ୍ୱାଳ, ସମବାୟ ସମିତିର ସମ୍ପାଦକ ସୂର୍ଯ୍ୟକାନ୍ତ ଦାଶ, ସମାଜସେବୀ ତାପସ କୁମାର ଚାନ୍ଦ ପ୍ରମୁଖ ପରିଚାଳନା କରିଥିଲୋ ଏଥିୋର ବହୁ ଟସର ବୁଣାଳୀ ଭାଗ ନେଇଥିଲେ ।