ପାରାଦୀପ, (ଏସ୍ ନ୍ୟୁଜ): ପାରାଦୀପ ସମୁଦ୍ରରୁ ବିରଳ ପ୍ରଜାତିର ମାଛ ଉଦ୍ଧାର । ତେବେ ମାଛଟିର ମୃତ୍ୟୁ ହୋଇଥିବାରୁ ତାକୁ ପୁନର୍ବାର ସମୁଦ୍ରକୁ ଫିଙ୍ଗି ଦେଇଛନ୍ତି ମତ୍ସ୍ୟଜୀବୀ । ସୂଚନାଯୋଗ୍ୟ ଯେ, ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କ ଜାଲରେ ଏହି ବିରଳ ମୃତ ମାଛଟି ପଡିଥିଲା । ତେବେ ଏହି ମାଛଟିର ଲମ୍ବ ଟ୍ରଲର ଭଳି ହୋଇଥିବା ବେଳେ ଟ୍ରଲର ଉପରକୁ ଉଠାଇବାକୁ ବଡ କଷ୍ଟକର ହୋଇ ପଡିଥିଲା । ତେବେ ଟ୍ରଲର ଲମ୍ବା ୪୨ଫୁଟ୍ ହୋଇଥିବା ବେଳେ ଏହି ମାଛଟିର ଲମ୍ବ ପ୍ରାୟ ୩୦ଫୁଟରୁ ଉର୍ଦ୍ଧ୍ୱ ହୋଇଥିବାରୁ ତାକୁ ଟ୍ରଲରରେ ଆଣିବା ବଡ କଷ୍ଟକର ହୋଇ ପଡିଥିଲା । ତେବେ ଏହା ଏକ ବିରଳ ପ୍ରଜାତିର ‘ଶିଶୁ ମଗର’ ମାଛ ବୋଲି ଜଣାପଡିଛି ।