ନୂଆଦିଲ୍ଲୀ: ଦେଶରେ ଖସୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 38 ହଜାର 667 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ତୁଳନାରେ 3.6 ପ୍ରତିଶତ କମ ଅଟେ । ଏହାସହ ଦୈନିକ ପଜିଟିଭ ହାର 1.73 ପ୍ରତିଶତରେ ଥିଲା, ଯାହା ଗତ 19 ଦିନ ମଧ୍ୟରେ 3 ପ୍ରତିଶତରୁ କମ ରହିଥିଲା । ସେହିପରି ଗତ 24 ଘଣ୍ଟା ମଧ୍ୟରେ 478 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 35 ହଜାର 743 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।