ଦେଶୀ ମଦଭାଟି ଜାଳି ଦେଲା ଅବକାରୀ ବିଭାଗ

ଆଠଗଡ, (ଏସ୍‌ ନ୍ୟୁଜ): ଆଠଗଡ ସଦର ରେଞ୍ଜ ଅନ୍ତର୍ଗତ ତିଗିରିଆ କରଡ଼ାପଲ୍ଲୀ ଅଞ୍ଚଳ ଥିବା ସରାଂକ୍ଷିତ ଜଙ୍ଗଲକୁ ମଦ ମାଫିଆମାନେ କବ୍ଜାରେ ରଖି ଦୀର୍ଘ ଦିନ ହେବ ବେଆଇନି ମଦ ପ୍ରସ୍ତୁତ କରି ସାରା ରାଜ୍ୟକୁ ଚାଲାଣ କରି ଚାଲିଥିଲେ ପୁଣି ନାଲି ଆଖି ଶହ ସ୍ଥାନୀୟ ଲୋକଙ୍କୁ ଡ଼ରାଇ ଧମକାଇ ନା ଥିଲା ପୋଲିସ ନା ପ୍ରଶାସନିକ ଅଧିକାରୀ ନା ଅବକାରୀ ବିଭାଗ ପୁଣି ଜଙ୍ଗଲ ମୂଲ୍ୟବାନ ଗଛ କାଟି ଜାଳେଣି କରୁଥିଲେବି ନା ଥିଲା ବନ ବିଭାଗକୁ ଖାତିର କିନ୍ତୁ ଅବକାରୀ ବିଭାଗ, ସ୍ଥାନୀୟ ପୋଲିସ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ଚଢ଼ାଉ ବାରମ୍ବାର କରୁଥିବା ବେଳେ ପୁଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିରେ ମଧ୍ୟ ମଦ ମାଫିଆମାନେ ପ୍ରେଟ୍ରୋଲ ବମ ଚଢ଼ାଉ ବେଳେ ତିନ ବିଭାଗ ଉପରକୁ ପକାଇବା ବନ୍ଧୁକରୁ ଫାଇରିଙ୍ଗ କରିବା ଓ ବିଭିନ୍ନ ମରଣାସ୍ତ୍ର ଦେଖାଇ ଡରୁଥିବା ବେଳେ ପାଲଟା ଆକ୍ରମଣ ପରେ ମଦମାଫିଆ ଛାତ୍ରଭଙ୍ଗ ଦେଇ ଫେରାର ହୋଇଯାଉଛନ୍ତି ଏବଂ ପରେ ପୁଣି ଆରମ୍ଭ କରୁଛନ୍ତି ସେହି ସ୍ଥାନରେ ମଦ ବ୍ୟବସାୟ ବିଭାଗ ବାରମ୍ବାର ଚଢ଼ାଉ ପରେ ବି ଥମୁ ନଥିଲା ଏବଂ ଗଣମାଧ୍ୟ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ସେମାନଙ୍କୁ ମଧ୍ୟ୍ୟ ଆକ୍ରମଣ କରିବା ଶହ ଧମକ ଚମକ ଦେଉଥିଲେ ଗତ କାଲି ତିଗିରିଆ ପ୍ରଗତିବାଦୀ ସାମ୍ବାଦିକ ପନିଆଁ ଖାଁ କୁ ଘରୁ ଡାକି ନେଇ ମୁଣ୍ଡରେ ବନ୍ଧୁକ ଲଗାଇ ମାରଧର କରିବା ଶହ ମଦ ଖବର ଛାପିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ତିଗିରିଆ ଥାନାରେ ଆଭିଯୋଗ ହୋଇଛି, କିନ୍ତୁ ଆଜିକୁ ଦୁଇଦିନ ବିତି ଯାଇଥିବା ବେଳେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି କି ଜାଣିଶୁଣି ଡରି ଗିରଫ କରୁ ନାହାଁନ୍ତି ତାହା ସନ୍ଦେହ ଲାଗୁଛି, ଗତ କାଲି ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଗିରଫ ଦାବି କରାଯାଇଥିବା ବେଳେ କଣ ପାଇଁ ତିଗିରିଆ ଥାନା ଅଧିକାରୀଙ୍କ ଅବହେଳା, ପୁଣ ଚାଲିଥିଲା ବେଧଡକ ମଦ ବେପାର । ମାଫିଆମାନେ ସେଠାରେ ସ୍ଥାୟୀ ଘର ନିର୍ମାଣ କରି ଦେଶୀ ମଦ ରାନ୍ଧି ବାହାର କୁ ଚାଲାଣ କରୁଥିଲେ । ଅବକାରୀ ତଥା ପୋଲିସ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରି ଏହି ସବୁ ଜାଗାରେ ଭଙ୍ଗା ରୁଜା କରି ମଦ ସହ ପୋଚ ନଷ୍ଟ କରୁଥିଲେ ମଧ୍ୟ ମାଫିଆ ମାନେ ତାହାକୁ ଖାତିରି ନକରି ତାଙ୍କ ବେପାର ଚଳାଇ ଆସୁଥିଲେ । ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ର ଜଙ୍ଗଲ ସହିତ ଭିରୁଡା ପଞ୍ଚାୟତ ର ପଣସ ପାଟଣା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଏବଂ ଗୁଡ଼ ପୋଚ ଜବତ କରାଯାଇଛି । ଏଥିସହିତ ଜଙ୍ଗଲ ଭିତରେ ଥିବା ମଦଭାଟିରେ ନିଆଁ ଲଗାଇ ପୋଡି ଦିଆଯାଇଛି । ଉଭୟ ଜାଗାରୁ ୩୯୦୦ ଲିଟର ଗୁଡ଼ ପୋଚ ଜବତ ସହିତ ୩୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ତିଗିରିଆ ତହସିଲଦାର ତଥା ମାଜିଷ୍‌ଟ୍ରେଟ ପ୍ରମୋଦ କୁମାର ବାସ୍କଙ୍କ ଉପସ୍ଥିତି ରେ କଟକ ଅବକାରୀ ଉପ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲ ଅବକାରୀ ନିରୀକ୍ଷକ ପ୍ରଭାସ ଚୌଧୁରୀ ମୋବାଇଲ ନିରୀକ୍ଷକ ସଞ୍ଜୀତ କୁମାର ବାର୍ଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ନିରୀକ୍ଷକ ସରୋଜ କୁମାର ପରିଡ଼ା, ସବ୍‌ ଇନ୍ସପେକ୍ଟର ବିଜୟ କୁମାର ଭଞ୍ଜ ସହକାରୀ ସବ୍‌ ଇନ୍ସପେକ୍ଟର ଦେବାନନ୍ଦ ଭୁୟାଁ, ପଙ୍କଜ କଅଁର ଙ୍କ ସହିତ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ଏହି ଚଢାଉ ରେ ସାମିଲ ହୋଇଥିଲେ ।