ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଓ ବିଭିନ୍ନ ସମୟରେ ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । କଙ୍ଗନା ତାଙ୍କର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫଟୋ ଦେଖି ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନ୍ତି । ଉକ୍ତ ଫଟୋରେ କଙ୍ଗନା ଧଳା ରଙ୍ଗର ଟ୍ରାନ୍ସପରେଣ୍ଟ ବ୍ରାଲେଟ ସହ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋକୁ ସେୟାର କରି ଏକ କ୍ୟାପସନ ଲେଖିଛନ୍ତି କି ପ୍ରେମରେ ବଞ୍ଚିବା ମରିବାରେ କୌଣସି ପାର୍ଥକ୍ୟ ନଥାଏ, ତାକୁ ଦେଖି ବଞ୍ଚିବା ଯାହା ବିଶ୍ୱାସଘାତକ ଦେଖାଯାଏ ।