ସୋମବାରରୁ ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ

ପୁରୀ, (ଏସ୍‌ ନ୍ୟୁଜ): ସୋମବାରରୁ ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ । ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଏହି ବର୍ଗର ଭକ୍ତଙ୍କ ଦର୍ଶନ ଚାଲିବ । ଦର୍ଶନ ସୂଚୀ ମୁତାବକ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିବେ ସହରବାସୀ । କୋଭିଡ କଟକଣା ପାଳନ କରିବାକୁ ପଦକ୍ଷେପ ନିଆଯାଇଛି । ସହରବାସୀଙ୍କ ବାସିନ୍ଦା ପ୍ରମାଣପତ୍ରକୁ ସିଂହଦ୍ୱାର ସାମ୍ନାରେ ଖୋଲିଥିବା ଅସ୍ଥାୟୀ କିଓସ୍କରେ ଯାଞ୍ଚ ବ୍ୟବସ୍ଥା ହୋଇଛି । ସହରବାସୀଙ୍କ ଦର୍ଶନ ୨୦ ତାରିଖରେ ଶେଷ ହେବ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସର୍ବସାଧାରଣ ଦର୍ଶନ ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ହେବ । କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଦର୍ଶନ କରିବେ ସାଧାରଣ ଭକ୍ତ ।