ଭୁବନେଶ୍ୱର,(ଏସ୍ ନ୍ୟୁଜ): ପ୍ରକାଶ ପାଇଲ ଯୁକ୍ତ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଚଳିତ ବର୍ଷ କରୋନା କାରଣରୁ ପରୀକ୍ଷା ହୋଇନଥିବା ବେଳେ କଳା ରେଗୁଲାରରେ ପାସ ହାର ୯୮.୫୮ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୬.୦୨ ପ୍ରତିଶତ ରହିଛି । ଚଳିତ ଥର କଳାରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଛାତ୍ରଙ୍କ ପାସ୍ ହାର ୮୫.୯୮ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ରହିଛି ୯୨.୩୪ ପ୍ରତିଶତ । ଅନ୍ୟପଟେ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, ଯିଏ ରେଜଲ୍ଟରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ଅଭିଯୋଗ କରି ପାରିବେ ।
କଳା ରେଗୁଲାରରେ ପାସ୍ ହାର ୯୮.୫୮ ପ୍ରତିଶତ ରହିଛି । ୧ ଲକ୍ଷ ୮୯ ହଜାର ୩୬୩ରୁ ପାସ୍ କରିଛନ୍ତି ୧ ଲକ୍ଷ ୮୬ ହଜାର ୬୮୫ ଜଣ । ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ ପାସ୍ କରିଛନ୍ତି । ରେଗୁଲାର ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୯୦% ଉପରକୁ ୯୫ ଜଣ ପରୀକ୍ଷାର୍ଥୀ ନମ୍ବର ରଖିଛନ୍ତି ।