ଅମ୍ବାଲା: ଅମ୍ବାଲା-ଦିଲ୍ଲୀ ଜାତୀୟ ରାଜପଥ ଉପରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ପୋଲିସ୍ ଭ୍ୟାନକୁ ପିଟିଲା ଟ୍ରକ୍ । ଏହି ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ସହ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛି । ପୋଲିସ ଭ୍ୟାନ ପାଖରେ ଦୁଇ ପୋଲିସ କର୍ମଚାରୀ ଛିଡ଼ା ହୋଇ ଅନ୍ୟ ୨ ଜଣ ଲୋକଙ୍କ ସହ କଥା ହେଉଥିଲେ । ଏହି ସମୟରେ ଟ୍ରକ ଭାରସାମ୍ୟ ହରାଇ ଭ୍ୟାନକୁ ଧକ୍କା ଦେଇଥିଲା ବୋଲି ପୋଲିସ କହିଛି । ଦୁର୍ଘଟଣାରେ ପୋଲିସ ଏଏସଆଇ ନସୀବ ସିଂହ (୫୨), କନଷ୍ଟେବଲ ବଲବିନ୍ଦର ସିଂହ (୨୮), ମନୀଷ କୁମାର (୩୦) ଏବଂ ପ୍ରଦୀପ କୁମାର (୩୨)ଙ୍କ ମୃତ୍ୟୁ ହୋଇଛି ।