ନୂଆଦିଲ୍ଲୀ : ନିଜ ପିଲାଙ୍କ ପାଇଁ ମା ନିଜେ ସବୁ କଷ୍ଟ ସହିଥାଏ । ହେଲେ ଏଭଳି ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଥିଲା । କେହି ବିଶ୍ୱାସ କରିପାରିଲେ ନାହିଁ ଯେ ମା’ ଏପରି କାର୍ୟ୍ୟ କରିପାରିବ । ବିହାରରେ ରହୁଥିବା ଜଣେ ମହିଳା ନିଜ ପିଲାର କାନ୍ଦିବାରୁ ବିରକ୍ତ ହୋଇ ପିଲାଟିର ପାଟିକୁ ଫେବିକୁଇକ୍ରେ ବନ୍ଦ କରିଦେଇଥିଲା । ସେ ଯେମିତି ଆଉ କାନ୍ଦି ପାରିବନି । ଶିଶୁଟିର ବାପା ଅଫିସରୁ ଫେରି ଦେଖିବା ପରେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ତୁରନ୍ତ ଶିଶୁକୁ ଡାକ୍ତରଖାନାକୁ ନେଇଥିଲେ । ବହୁ ଚେଷ୍ଟା ପରେ ଶିଶୁଟିର ଓଠକୁ ଅଲଗା କରିବାରେ ସଫଳ ହୋଇଥିଲେ ଡାକ୍ତର । ସେ ଏବେ ସୁସ୍ଥ ଥିବା କହିଛନ୍ତି ଡାକ୍ତର ।