୧୮ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ସଂକ୍ରମଣ ବୃଦ୍ଧି ହେବ: ଡିଏମଇଟି

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ଦ୍ୱିତୀୟ ପ୍ରକୋପ କରୋନା ଲହର କମିନଥିବାବେଳେ ପୁଣି ଡରାଇଲାଣି ତୃତୀୟ ଲହର । ଦେଶରେ ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି । ଏନେଇ ଜୁଲାଇ ୨୧ ତାରିଖ ପିଆଇବି ବୁଲେଟିନ ଅନୁସାରେ ଆକଳନ କରାଯାଇଛି । ଯଦି ସଂକ୍ରମଣ ଉପର ମୁହାଁ ହୁଏ ତେବେ କୌଣସି ଏକ ଲହର ଆସିଲା ବୋଲି ଜଣାପଡିବ । ଏବେ ଏମିତି ଅବସ୍ଥା ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ ୧୮ ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତ ଟିକା ମେଅ ସାରିଲେଣି ।
ତେଣୁ ଏବେ ଶିଶୁଙ୍କ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି । ସେଥିପାଇଁ ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡିବ । ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାବଧାନ ରହିବାର ଆବଶ୍ୟକତା ରହିଛି । ତେବେ ଆଗକୁ ୧୮ ବର୍ଷରୁ କମ୍ ବର୍ଷ ବୟସର ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଥିବା ସେ କହିଛନ୍ତି ।