କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ

କଟକ,(ଏସ୍ ନ୍ୟୁଜ୍): ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ଆଗୁଆ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି । କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରହିବ। ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ୍ ବ୍ୟବସ୍ଥା କରାଯିବ। କରୋନାର ତୃତୀୟ ଲହରକୁ ନଜରରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । କୋଭିଡ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ଆବଶ୍ୟକ ପରିମାଣର ଏସି ମଧ୍ୟ ସ୍ଥାପନ କରାଯିବ। ସୁପରିନଟେଣ୍ଡେଣ୍ଟ ଦେଇଥିବା ତାଲିକା ଅନୁଯାୟୀ ସରଞ୍ଜାମ ଯୋଗାଣ ସେପ୍ଟେମ୍ବର ପହିଲା ସୁଦ୍ଧା ସବୁ ସରଞ୍ଜାମ ସ୍ଥାପନ କରିବାକୁ ନିଷ୍ପତ୍ତି କରାଯାଇଛି।