ଦ୍ୱିତୀୟ ଲହରଠାରୁ ତୃତୀୟ ଲହର ହେବ ଭୟଙ୍କର, ଆସିପାରେ ଦୈନିକ ୧୯ ହଜାର ସଂକ୍ରମଣ ମାମଲା

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ । କେନ୍ଦ୍ରର ସତର୍କ ପରେ ସବୁ ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଶୀର୍ଷ ଛୁଇଁବା ବେଳକୁ ଦିନକୁ ୧୯ ହଜାର ୨୭୮ ମାମଲା ଆସିପାରେ । ଦୈନିକ ହାରାହାରି ୧୦ ହଜାର ୨୧୭ ମାମଲା ଆସିବାର ସମ୍ଭାବନା ରହିଛି । ୭୫ ଦିନରେ ୭ ଲକ୍ଷ ୬୬ ହଜାର ୨୭୫ ଆକ୍ରାନ୍ତ ଚିହ୍ନଟ ହେବାର ଆକଳନ କରାଯାଇଛି । ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସାର ଆବଶ୍ୟକତା ପଡ଼ିବ । ଏଥିରେ ୯୧ ହଜାର ୯୫୩ ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।