ଭୁବନେଶ୍ୱର,(ଏସ୍ ନ୍ୟୁଜ): ମୁଖ୍ୟମନ୍ତ୍ରୀ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ OTDC ପକ୍ଷରୁ ନିର୍ମିତ restaurant ‘ନିମନ୍ତ୍ରଣ’ର ଶୁଭ ଉଦ୍ଘାଟନ କରିଥିଲେ। OTDCର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ଘାଟିତ ଏହି restaurantରେ ଖାଣ୍ଟି ଓଡିଆ ବ୍ୟଞ୍ଜନ ଉପଲବ୍ଧ ହେବ । ଓଡିଆ ଖାଦ୍ୟକୁ ଲୋକପ୍ରିୟ କରି ବ୍ୟଞ୍ଜନ ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ। OTDCର ନିମନ୍ତ୍ରଣ restaurant ଶୃଙ୍ଖଳରେ ଏହା ହେଉଛି ପ୍ରଥମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ ଓ ସମ୍ବଲପୁରରେ ମଧ୍ୟ ଏଭଳି restaurant ଖୋଲାଯିବ ବୋଲି ସୂଚନା ଦିଆଯାଇଥିଲା ।

ଜନପଥଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍. ଯାଦବ , ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।