ଆଫଗାନିସ୍ତାନ: ଆଫଗାନିସ୍ତାନରେ ତାଲିବାନ ସରକାର ଶପଥଗ୍ରହଣ ଉତ୍ସବ କରିବ ନାହିଁ । ଏଭଳି କାର୍ଯ୍ୟକ୍ରମରେ ଅର୍ଥ ବର୍ବାଦ କରିବାକୁ ଚାହୁଁନଥିବା ତାଲିବାନ ପକ୍ଷରୁ କୁହାଯାଇଛି । ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଅଗଷ୍ଟ ୧୫ ତାରିଖରେ ତାଲିବାନ ଦଖଲ କରିବା ପରେ ଏବେ ତାଲିବାନ ସେଠାରେ ସରକାର ଗଠନ କରିଛି । ଏହି ସରକାରରେ ମୁଲ୍ଲା ହସନ ଅଖୁଁଦଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି । ଏହାସହ ମୁଲ୍ଲା ଅବ୍ଦୁଲ ଗନି ବରାଦର ଉପ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ।