ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାର ତନାଘନା । ଘଟଣାର ତଦନ୍ତ କରିବ କମିଶନରେଟ୍ ପୋଲିସ । ଘଟଣାର ତଦନ୍ତ ପାଇଁ ପତ୍ର ଲେଖିଛି ଜଗତସିଂହପୁର ପୋଲିସ । ମାମଲାରେ ସମ୍ପୃକ୍ତ ସମସ୍ତଙ୍କୁ ବାନ୍ଧିବ କମିଶନରେଟ୍ ପୋଲିସ । ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଘଟଣା ପୂର୍ବରୁ ଦୁଷ୍ମନ୍ତ କାହା କାହା ସମ୍ପର୍କରେ ଆସିଥିଲା ? ଦୁଷ୍ମନ୍ତ ଭୁବନେଶ୍ବରରେ କିଭଳି ପହଞ୍ଚିଲେ ? ଭୁବନେଶ୍ବରରେ ପହଞ୍ଚିବା ପୂର୍ବରୁ ସେ କାହା କାହା ସହ ମୋବାଇଲରେ କଥା ହୋଇଥିଲା ? ଦୁଷ୍ମନ୍ତ ନିଜ ଇଚ୍ଛାରେ ଆସିଥିଲେ ନାଁ ତାଙ୍କୁ କେହି ଭୁବନେଶ୍ବର ଆସିବାକୁ ପ୍ରବର୍ତ୍ତାଇଥିଲେ ? ଦୁଷ୍ମନ୍ତ ଯେଉଁ ବିଷ ପିଇଥିଲେ ? ତାହାକୁ ସେ ନିଜେ କିଣିକି ଆଣିଥିଲେ ନା ଅନ୍ୟ କେହି ତାଙ୍କୁ ବିଷ ଆଣିଦେଇଥିଲେ ? ଏ ସମସ୍ତ ଘଟଣାର ତଦନ୍ତ କରିବ ଲାଲବାଗ ଥାନା ପୋଲିସ । ଯଦି ଏହି ମାମଲାରେ କାହାର ବି ସମ୍ପୃକ୍ତି ରହିବ ତାକୁ ବାନ୍ଧିବ କମିସନରେଟ୍ ପୋଲିସ ।