୪ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଥିବାରୁ ବାସ ଭବନ ସମେତ ଏକାକାଳୀନ ୬ଟି ସ୍ଥାନକରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଆୟ ବହିର୍ଭୂତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି । ଭିଜିଜାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଉକ୍ତ ଅଙ୍ଗନବାଡି କର୍ମୀ ହେଉଛନ୍ତି କବିତା ମାଥ । ସେ କରୋଡକଟାଂ ଅଙ୍ଗନବାଡି ସେଂଟରରେ କାର୍ଯ୍ୟ କରନ୍ତି । ତେବେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସ ଭବନ ସମେତ ଏକାକାଳୀନ ୬ଟି ସ୍ଥାନକରେ ଚଉଉ କରାଯାଉଛି ।
ଅନ୍ୟ ପଟେ ଏହାକୁ ଅସ୍ୱୀକାର କରିଛନ୍ତି କବିତା ମାଥ । ସେ କହିଛନ୍ତି ଯେ, ‘ଆମେ ଜିରୋରୁ ହିରୋ ହୋଇଛୁ । ଶାଗ ଖିଆକୁ ପେଜ ଖିଆ ମଣିଷ ଦେଖିପାରନ୍ତି ନାହିଁ । ସେଥିପାଇଁ କେହି ଆମ ନାଁରେ ଅଭିଯୋଗ କରିଛି । ବରା, ପିଆଜ ବିକିବା ସହ ଟୁ୍ୟସନ ମଧ୍ୟ କରିଛି । ସ୍କୁଲରେ କ୍ୟାଟିଂନ କରିଥିଲି । ଏମିତିକି କାକୁଡିରୁ ଚୋପା ଛଡାଇ ବିକ୍ରି କରି ଉପରକୁ ଉଠିଛି । ମୋର ଦରମା ୭ ହଜାର ୫୦୦ ଟଙ୍କା ।’ ଏପରି କହିଛନ୍ତି ଭିଜିଲାନ୍ସ ଜାଲରେ ପଡିଥିବା ଭୁବନେଶ୍ୱର କୋରଡ଼କଟିାଂର କୋଟିପତି ଅଙ୍ଗନବାଡି କର୍ମୀ କବିତା ମାଥନ ।
ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଛି । ଭୁବନେଶ୍ୱର କେସୁରା ସ୍ଥିତ ଦୁଇ ମହଲା ଘର, ଝାରପଡା ସ୍ଥିିତି ୨ଟି ୩ ମହଲା ଘର, ଝାରପଡା ସ୍ଥିତ ଗୋଟିଏ ବିଲ୍ଡିଂରେ ଚଢାଉ କରାଯାଉଛି । ସେହିପରି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ଭିଡିଲାନ୍ସର ଟିମ୍ ଚଢାଉ କରୁଛନ୍ତି ।
ସୂଚନାଯୋଗ୍ୟଯେ, ଅଙ୍ଗନବାଡ଼ି ଦିଦିଙ୍କ ନିକଟରେ ୪ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଥିବାରୁ ଭିଜିଲାନ୍ସ ଚଢ଼ାଉ କରିଛି । ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।