ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼ , ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଛି। ପାଟଣାଗଡ ରମାଇଁ ହାଇସ୍କୁଲ ରେ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରାଯିବ । ଏ ପରିପେକ୍ଷିରେ ଓଡିଶା ପୁଲିସ ବିଭାଗ ତରଫରୁ ଆଜି ସକାଳୁ ବଲାଙ୍ଗିର ଏସପିଙ୍କ ତତ୍ତ୍ବାବଧାନରେ ଏସଡିପିଓ, ଥାନାଅଧିକାରୀ,ଏସଆଇ, ଏଏସଆଇ ସମେତ ୧୦ ପ୍ଲାଟୁନ୍ ଫୋର୍ସ ରମାଇଁ ହାଇସ୍କୁଲ ପଡିଆରେ ମକ୍ ଡ୍ରିଲ କରିଛନ୍ତି ।