ପୁରୀ: ସରକାରୀ ଗାଡିରୁ ବ୍ରାଉନସୁଗାର ଜବତ । ୪୦ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ପୁରୀ ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା । ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ। ଗିରଫ ୨ ଜଣ ଭୁବନେଶ୍ବର ଓ ଜଣେ ସତ୍ୟବାଦୀ ଅଞ୍ଚଳର ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ପୁରୀକୁ ଏହି ତିନି ଅଭିଯୁକ୍ତ ବ୍ରାଉନସୁଗାର ସପ୍ଲାଇ କରୁଥିଲେ। ସେମାନଙ୍କ ନିକଟରୁ ଗୋଟିଏ କାର୍, ଗୋଟିଏ ବାଇକ୍ ଏବଂ ୫ଟି ମୋବାଇଲ ସହ ଛୋଟ ଓଜନ ମେସିନ ଜବତ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମଳନୀରେ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି ।