ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଗିରଫ ହେଲେ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ତାଙ୍କୁ ଗିରଫ କରିଛି । ମୋଟୁରୁ କଟକ ଫୁଲ ନଖରା ଆସୁଥିବା ବେଳେ ଖୋର୍ଦ୍ଧାରେ ଗିରଫ କରିଛି ଭିଜିଲାନ୍ସ । ଏକ ଏସୟୁଭି କାରରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଧରିଥିଲା । ତାଙ୍କ ଗାଡ଼ିରୁ ନଗଦ ଦୁଇ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିଲା । ଟଙ୍କା ବାବଦ କୌଣସି ତଥ୍ୟ ଦେଇନପାରିବାରୁ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସୁଶାନ୍ତଙ୍କ ଫୁଲନଖରା ସ୍ଥିତ ଘର ଓ କଟକ ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଗିରଫ ମୋଟୁ ଥାନା ଅଧିକାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।