ମିଳିଲା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ

କଟକ,(ସାକ୍‌ସୀ ନ୍ୟୁଜ୍‌): ମହାନଦୀକୁ ହାତୀ ଉଦ୍ଧାର କରିବାକୁ ଯାଇ ବୋଟ ବୁଡିବା ଘଟଣା । ମିଳିଲା ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ମୃତଦେହ । ପ୍ରଥମେ ସକାଳୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା । ତାକୁ ସୀତାରାମହ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ହେଲେ ପରେ ପରିବାର ମୃତଦେହକୁ ଚିହ୍ନଟ କରିପାରିନଥିଲେ । ଏହାପରେ ଏବେ ମୃତଦେହକୁ କଖଡି ମହାଳପଡାରୁ ଉଦ୍ଧାର କରାଯାଇଛି ।ଗତକାଲି ମହାନଦୀରେ ଫସିଥିବା ଦନ୍ତା ହାତୀକୁ ଉଦ୍ଧାର କରିବା ପାଇଁ ଏକ ରବର ବୋଟ୍ରେ ଯାଇଥିଲେ ଓଡ୍ରାଫ କର୍ମଚାରୀଙ୍କ ସହ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି । ପାଣିର ପ୍ରଖର ସ୍ରୋତରେ ଡଙ୍ଗାଟି ଓଲଟି ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ ୭ ଜଣ । ଦଉଡି ସାହାଯ୍ୟରେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଓଡ୍ରାଫ କର୍ମଚାରୀ ସୀତାରାମ ଓ ସାମ୍ବାଦିକ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ ପାରିନଥିଲା ।ମିଳିଲା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ: ଡଙ୍ଗା ବୁଡି ଘଟଣାରେ କାଲିଠୁ ଥିଲେ ନିଖୋଜ