ବାଲିଅନ୍ତା ଅଞ୍ଚଳରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ଏକ ଘର ଉପରେ ଚଢ଼ାଉ କରି ଏହି ମଦ ଜବତ କରିଛି ବାଲିଅନ୍ତା ଥାନା ପୋଲିସ । ଚୋରା ମଦ ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ୟୁପିର ମୂଲାୟମ ଯାଦବ, ରାମ କୁମାର ଯାଦବ ଓ ବାଲିଅନ୍ତାର ସଞ୍ଜୟ ଭୋଇ । ସମସ୍ତ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।