ରବିବାର ବିଶ୍ୱ ଦେଖିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେବେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ନିଜର ୧୨ ଜଣିଆ ଦଳ ଘୋଷଣା କରିଛି ପାକିସ୍ତାନ । ଯେଉଁ ୧୨ ଜଣଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶ ବାଛିବ ପାକିସ୍ତାନ । ତେବେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ କେଉଁ ଖେଳାଳୀଙ୍କୁ ମୈଦାନକୁ ଓହ୍ଲାଇବ ତାହା ଏଯାଏଁ ସ୍ପଷ୍ଟ କରିନାହିଁ । ତେବେ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ବିରାଟ ବଡ ବୟାନ ରଖିଛନ୍ତି । ପାକିସ୍ତାନ ବିପକ୍ଷରେ ଭାରତର କଣ ରଣନୀତି ରହିବ ତାହା ଉପରୁ ପରଦା ହଟାଇଛନ୍ତି କୋହଲି । ବିରାଟ କହିଛନ୍ତି, ପାକିସ୍ତାନ ବିପକ୍ଷରେ ଏକ ଶକ୍ତିଶାଳୀ ଟିମ୍ ମୈଦାନକୁ ଓହ୍ଲାଇବ, ଆଉ ରଣନୀତି ଆଧାରରେ ମ୍ୟାଚରେ ଭଲ ପ୍ରଦର୍ଶନ ମଧ୍ୟ କରିବୁ । ଟି-୨୦ ବିଶ୍ୱକପରେ ଭାରତ ଏଯାଏଁ ପାକିସ୍ତାନ ଠାରୁ ହାରିନାହିଁ । କିନ୍ତୁ ବିରାଟ କହିଛନ୍ତି, ଏହି ମ୍ୟାଚକୁ ଆମେ ହାଲୁକାରେ ନେବୁ ନାହିଁ । ପାକିସ୍ତାନ ଟିମ୍ ମଧ୍ୟ ବେଶ ଶକ୍ତିଶାଳୀ । ତେଣୁ ପାକିସ୍ତାନ ବିପକ୍ଷରେ ଆମକୁ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପଡିବ । କାରଣ ପାକିସ୍ତାନ ପାଖରେ ଏମିତି କିଛି ଖେଳାଳୀ ଅଛନ୍ତି ଯେଉଁମାନେ ଖେଳର ମୋଡ ଯେକୌଣସି ମୁହୂର୍ତ୍ତରେ ବଦଳାଇ ପାରିବେ । ତେଣୁ ପାକିସ୍ତାନ ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ ଉପରେ ଗୁରୁୂତ୍ୱ ଦେବ ।