ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ପୁଣି ବୃଦ୍ଧି ହୋଇପାରେ । ପେଟ୍ରୋଲ-ଡିଜେଲ ମୂଲ୍ୟ ପରେ ଏବେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେବା ନେଇ ଖବର ମଧ୍ୟ ବାହାରକୁ ଆସୁଛି । ପ୍ରକାଶ ଯେ ଏଲପିଜି ଗ୍ୟାସ ସିଲିଣ୍ଡର କମ ମୂଲ୍ୟରେ ବିକ୍ରି ହେବାରୁ କ୍ଷତି ସହିବାକୁ ପଡ଼ୁଛି । ଏହି କାରଣରୁ ଏହାର ଦାମ୍ ବଢ଼ିପାରେ ବୋଲି ଜଣାପଡିଛି । ଏହାର ମୂଲ୍ୟ କେତେ ବଢ଼ିବ ତାହା ଏବେ ଜଣାପଡିନାହିଁ । ଗତ ୬ ତାରିଖରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୫ଟଙ୍କା ବୃଦ୍ଧି କରାଯାଇଥିଲା ।