ମୁମ୍ବାଇ: ଡ୍ରଗ୍ସ ମାମଲାରେ ଜେଲରେ ଥିବା ଆର୍ୟନଙ୍କୁ ଶେଷରେ ଜାମିନ ମିଳିଛି । ବମ୍ବେ ହାଇକୋର୍ଟ ଆର୍ୟନଙ୍କୁ ଜାମିନ୍ ଦେଇଛନ୍ତି । ତେବେ ଆର୍ୟନଙ୍କୁ ଜେଲରେ ରହିବାକୁ ପଡିବ । ମିଳିଥିବା ସୂଚନା ଅନୁଯାୟୀ ଆର୍ୟନଙ୍କୁ ଶୁକ୍ରବାର କିମ୍ବା ଶନିବାର ଜେଲରୁ ମୁକୁଳିବା ନେଇ ଖବର ମିଳୁଛି । କୋର୍ଟ ଶୁକ୍ରବାର ବେଲ୍ ଡିଟେଲ୍ସ ଅର୍ଡର ଜାରି କରିବେ । ତେଣୁ ଆସନ୍ତାକାଲି ଆର୍ୟନ୍ ଘରକୁ ଫେରିବେ ବୋଲି ଆଶା କରାଯାଉଛି ।