ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ଡିସେମ୍ବରରେ ହେବ ବୋଲି ଚର୍ଚ୍ଚା ହେଉଛି । ବଲିଉଡରେ ଏହି ଦୁଇଜଣଙ୍କୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ଗଣମାଧ୍ୟମ ଖବର ଅନୁଯାୟୀ କ୍ୟାଟ୍ରିନା ଏବଂ ଭିକ୍କିଙ୍କ ବିବାହର ସମସ୍ତ ରୀତିନୀତି ଡିସେମ୍ବର ୭ରୁ ୯ ପର୍ଯ୍ୟନ୍ତ ସମ୍ପନ୍ନ ହେବ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ ରାଜକୀୟ ଶୈଳୀରେ ବିବାହ ସମ୍ପନ୍ନ ହେବ । ରାଜସ୍ଥାନର ୭୦୦ ବର୍ଷ ପୁରୁଣା ଦୁର୍ଗରେ ହେବ ବୋଲି କୁହାଯାଉଛି । ବଡ କଥା ହେଉଛି ଉଭୟଙ୍କ ପରିବାର ଏହି ବିବାହକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି ।